This browser does not support the video element.
କୋରାପୁଟ ସହର: ଜାତୀୟ କ୍ରୀଡ଼ା ଦିବସ ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରୁ ସାଇକାଲ ରାଲି
Koraput Town, Koraput | Aug 31, 2025
ଜାତୀୟ କ୍ରୀଡ଼ା ଦିବସ ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୧୦ଘଣ୍ଟା ସମୟରେ କୋରାପୁଟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରୁ ଡିଏଭି କଲେଜ ପର୍ଯ୍ୟନ୍ତ ୬ କିଲୋମିଟର ସାଇକାଲ ରାଲି ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। କୋରାପୁଟ ଓଏସଏପି ,ଆଇଆରବି, ପୋଲିସ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରାୟ ୩ଶହ ଜଣ ସାଇକାଲ ରାଲିରେ ଅଂଶଗ୍ରହଣ କରିଥିଲେ।