This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭରତପୁର ନାକା ଗେଟ ନିକଟରୁ 120 ଲିଟର ଦେଶୀ ମଦ ଜବତ, ଜଣକୁ ଗିରଫ କଲା ଅବକାରୀ ଥାନା ପୋଲିସ
Bhubaneswar M Corp, Khordha | Aug 26, 2025
ଭରତପୁର ନାକା ଗେଟ ନିକଟରୁ 120ଲିଟର ଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 4.31ରେ ଅବକାରୀ ଥାନା ପୋଲିସ ପକ୍ଷରୁ ଭରତପୁର ନାକା ଗେଟ ନିକଟରେ ଅତର୍କିତ ଚଢ଼ଉ କରାଯାଇଥିଲା | ଜଣେ ଦେଶୀ ମଦ ବେପାରୀ ଦେଶୀ ମଦ ବିକ୍ରି କରୁଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ଅତର୍କିତ ଭାବରେ ଚଢ଼ଉ କରିଥିଲା ଅବକାରୀ ଥାନା ପୋଲିସ | ତଲାସୀ ବେଳେ ତା ନିକଟରୁ 120ଲିଟର ଦେଶୀ ମଦ ସହ ଗୋଟିଏ ସ୍କୁଟି ଜବତ ହୋଇଥିଲା | ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି |