This browser does not support the video element.
ସୁନ୍ଦରଗଡ ସହର: ହେମଗିର ପ୍ରସିଦ୍ଧ ଦୁର୍ଗା ପୂଜା ଦର୍ଶନ କରିବା ସହ ରାବଣ ପୋଡିର ପ୍ରସ୍ତୁତି ସମୀକ୍ଷା କଲେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ
Sundargarh Town, Sundargarh | Sep 30, 2025
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଏହି ଅବସରରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର (ଆଇ ପି ଏସ ) ହେମଗିରର ପ୍ରସିଦ୍ଧ ଦୁର୍ଗା ପୂଜା ମଣ୍ଡପରେ ରାତି 9 ଟା ପାଖାପାଖି ସମୟରେ ପହଞ୍ଚି ମାଙ୍କ ଆଶୀର୍ବାଦ ନେବା ସହ ପୂଜା କମିଟି ଦ୍ବାରା ଆୟୋଜନ ହେଉଥିବା ରାବଣ ପୋଡି ପ୍ରସ୍ତୁତିର ପ୍ରତ୍ୟକ୍ଷ ସମୀକ୍ଷା କରିଥଲେ। ଏହି ଅବସରରେ ସେ ଦୁର୍ଗା ପୂଜା କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ସନ୍ତୋଷ ପ୍ରକାଶ କରିଥିଲେ। ଏସପି ମ୍ୟାଡ଼ାମ ଙ୍କ ହଠାତ ପୂଜା ମଣ୍ଡପ ନିକଟରେ ପହଞ୍ଚିବା ପୂଜା କମିଟି ସଦସ୍ୟଙ୍କୁ ଉତ୍ସାହିତ କରିଥିଲା।