This browser does not support the video element.
କଟକ ପୌରାଞ୍ଚଳ: ଟାଙ୍ଗୀ ଟୋଲ ଗେଟ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କୁଆଡ
Cuttack M Corp PS, Cuttack | Sep 4, 2025
କଟକ ଜିଲ୍ଲା ଟାଙ୍ଗୀ ଟୋଲ ଗେଟ ନିକଟରୁ ୨୦ ଲକ୍ଷ ଟଙ୍କାର ୧୯୪ ଗ୍ରାମ ବ୍ରାଉନ ସୁଗାର ସହ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କୁଆଡ। ଗିରଫ ଅଭିଯୁକ୍ତ ହେଲେ ରଞ୍ଜନ ମଲ୍ଲିକ ଓ ବଳରାମ ଖଣ୍ଡୁଆଳ। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍ ଜବତ କରାଯାଇଛି। ଉଭୟଙ୍କୁ ଗୁରୁବାର ସନ୍ଧ୍ୟା ୬.୩୦ ମିନିଟ ସମୟରେ କୋର୍ଟ ଚାଲାଣ କରାଯାଇଛି। ଉଭୟ ଅଭିଯୁକ୍ତ ଆଜି ବ୍ରାଉନ ସୁଗାର ବେପାର କରିବା ପାଇଁ ଅପେକ୍ଷା କରିବା ପାଇଁ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କରିଥିଲା ଅବକାରୀ ବିଭାଗର ଷ୍ଟେଟ ଫ୍ଲାଇଙ୍ଗ ସ୍କୁଆଡ।