Download Now Banner

This browser does not support the video element.

କଟକ ପୌରାଞ୍ଚଳ: ହ୍ୟୁଜ୍‌‌ ଇଣ୍ଡିଆ ଆପ୍‌‌ ଠକେଇ ଘଟଣାରେ ମଙ୍ଗଳବାର ଟାଙ୍ଗୀ ପୋଲିସ କୁସୁନପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି।

Cuttack M Corp PS, Cuttack | Sep 2, 2025
ହ୍ୟୁଜ୍‌‌ ଇଣ୍ଡିଆ ଆପ୍‌‌ ମାଧ୍ୟମରେ ଲୋକଙ୍କୁ ଫସାଇ କୋଟିକୋଟ ଟଙ୍କା ଲୁଟିଥିବା ଏକ ର‍୍ୟାକେଟ୍‍ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଟାଙ୍ଗୀ ପୁଲିସ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ପ୍ରଦୀପ କୁମାର ଦାଶ (୬୩)। ତାଙ୍କ ଘର ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡ଼ା ପଞ୍ଚାୟତର ଜଗନ୍ନାଥପୁର-କୁସୁନୁପୁର ଗ୍ରାମରେ। ତାଙ୍କ ନିକଟରୁ ନଗଦ ପ୍ରାୟ ୪୫ହଜାର ଟଙ୍କା, ହ୍ୟୁଜ୍‌‌ ମାକେର୍ଟିଂ ଲିମିଟେଡ୍‌‌ର ସାର୍ଟିଫିକେଟ, ଗୋଟିଏ ମୋବାଇଲ ଫୋନ୍‌‌, ୬ଟି ଡେଭିଟ୍‌‌ କାର୍ଡ ଜବତ ହୋଇଛି।
Read More News
T & CPrivacy PolicyContact Us