This browser does not support the video element.
ଛତ୍ରପୁର: ଚମାଖଣ୍ଡି ଠାରେ କିଆ ଫୁଲ ଅତର ଭାଟିର ବର୍ଜ୍ୟଜଳ ନିଷ୍କାସନ ହେଉଥିବା କେନାଲକୁ ପରିଦର୍ଶନ କଲେ ଛତ୍ରପୁର ବିଧାୟକ
Chhatrapur, Ganjam | Sep 2, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମାଖଣ୍ଡି ଠାରେ କିଆ ଫୁଲ ଅତର ଭାଟିର ବର୍ଜ୍ୟଜଳ ନିଷ୍କାସନ ହେଉଥିବା କେନାଲକୁ ପରିଦର୍ଶନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ।ମଂଗଳବାର ଅପରାହ୍ନରେ ୫ ପରିଦର୍ଶନ କରି ପ୍ରଦୂଷଣକୁ ନେଇ ଅନୁଧ୍ୟାନ କରିଛନ୍ତି। ଏହି ପ୍ରଦୂଷଣ ଆମର ଚାଷୀଙ୍କ ଚାଷ ପାଇଁ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି। ସମାଧାନ ପାଇଁ ଉପସ୍ଥିତ ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।