This browser does not support the video element.
କେନ୍ଦ୍ରାପଡା: ନାଉଢିଅ ଗାଁରେ ପୋଖରୀକୁ ଶନିଦେବଙ୍କ କଳସ ବୁଡ଼ାଇବାକୁ ଯାଇ ଆଳି ନାଉଢିଅ ଗାଁର ନାବାଳକ ମୃତ
Kendrapara, Kendrapara | May 3, 2025
ନାଉଡିହ ଗାଁ ରେ ପୋଖରୀରେ ବୁଡି ନାବାଳକ ମୃତ।ଆଳି ଥାନା ନାଉଡିହ ଗାଁ ରେ ଆଜି ସଖାଳୁ ଚାଲିଥିଲା ପ୍ରଭୁ ଶନିଦେବ ଙ୍କ ଜଳାଭିଷେକ ମହୋତ୍ସବ. ଗାଁ ର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ନିକଟରେ ଥିବା ପୁଷ୍କରିଣୀ ରୁ କଳସିରେ ଜଳ ଆଣି ଶନିଦେବ ଙ୍କୁ ଅର୍ପଣ କରୁଥିଲେ. ହଠାତ ସେହି ଗାଁ ର ପ୍ରହଲ୍ଲାଦ ପରିଡା ଙ୍କ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା 11 ବର୍ଷୀୟ ପୁଅ ପ୍ରଭୁପଦ ପରିଡା ନାଉଡିହ ଶନି ମନ୍ଦିର ପୁଷ୍କରିଣୀ ରେ ବୁଡ଼ି ପ୍ରାଣ ହରାଇଛନ୍ତି.ପାଖାପାଖି ତିନିଘଣ୍ଟା ଧରି ପାଣିରେ ବୁଡ଼ି ରହିବା ପରେ ପୂର୍ବାହ୍ନ ୧୧ଟା ବେଳେ ଗ୍ରାମ ବାସୀ ମାନେ ନାବାଳକ କୁ ଉଦ୍ଧାର କରିଥିଲେ।