Download Now Banner

This browser does not support the video element.

ଦେବଗଡ: ଜିଲ୍ଲାରେ ବଜ୍ରପାତ ଏବଂ ଝଡବର୍ଷା ସମ୍ଭାବନା, ଆଜି ଠାରୁ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି

Debagarh, Debagarh (Deogarh) | Sep 3, 2025
ଦେବଗଡ ଜିଲ୍ଲାରେ ଆଜି ଠାରୁ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ବଜ୍ରପାତ ଏବଂ ଝଡବର୍ଷା ସହିତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଦେବଗଡ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡଘଡି ସହିତ ୩୦ ରୁ ୪୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଆଜି ଠାରୁ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିବା ସହିତ ସତର୍କ ସୂଚନା ଦିଆଯାଇଥିବା ବେଳେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଆକଳନ କରାଯାଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଠାରୁ ଆଜି ଦିନ ପ୍ରାୟ ୧.୩୦ ରେ ସୂଚନା ଦିଆଯାଇଛି ।
Read More News
T & CPrivacy PolicyContact Us