This browser does not support the video element.
ଦେବଗଡ: ସମରଖାଇ ନିକଟରେ ବାଇକ ଦୁର୍ଘଟଣାରେ ଲକ୍ଷ୍ମୀପୁର ଗ୍ରାମର ଯୁବକ ଗୁରୁତର ଆହତ
Debagarh, Debagarh (Deogarh) | Sep 11, 2025
ଦେବଗଡ ଥାନା ଅନ୍ତର୍ଗତ ସମରଖାଇ ନିକଟରେ ଆଜି ସନ୍ଧ୍ୟାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଥିବା ଯୁବକ ମଧ୍ୟପୁର ପଂଚାୟତ ଲକ୍ଷ୍ମୀପୁର ଗ୍ରାମର ବିକାଶ ମହାନ୍ତ ବୋଲି ଜଣାପଡିଛି । ବିକାଶ ତାଙ୍କ ବାଇକରେ ଦେବଗଡରୁ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ବାଇକ ସହିତ ରାସ୍ତାରେ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେବା ସହିତ ଡାକ୍ତରଖାନା ପଠାଇଥିଲେ ।