Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡ଼ିଟେରୀୟମ ରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Jharsuguda, Jharsuguda | Aug 31, 2025
ଝାରସୁଗୁଡା ସହର ସ୍ଥିତ ଏମସିଏଲ ଅଡ଼ିଟେରୀୟମ ରେ ନବ ଦାସ ଫାଉଣ୍ଡେସନ ପକ୍ଷରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ରବିବାର ପୂର୍ବାହ୍ନ ପ୍ରାୟ ୧୧ ଟା ୪୫ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳି ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା l ସମ୍ବଲପୁରୀ ନାଚ, ଗୀତ, ବାଜାରେ ଏମସିଏଲ ଅଡ଼ିଟେରୀୟମ ଦୁଲକିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ନାଚ ଗୀତ ର ଆସରରେ ସାମିଲ ହୋଇଥିଲେ l
Read More News
T & CPrivacy PolicyContact Us