This browser does not support the video element.
ନୂଆପଡା: ଧୋବେଇ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାଗ୍ରସ୍ତ, ଆରୋହୀ ଗୁରୁତର
Nuapada, Nuapada | Aug 27, 2025
ବୋଡ଼େନ ବ୍ଲକ ଅନ୍ତର୍ଗତ ପାତାଳଗଙ୍ଗା ରାସ୍ତାର ଧୋବେଇ ଗ୍ରାମ ନିକଟରେ ଆଜି ରାତ୍ର ୮ ଟା ସମୟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ସହ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଆହତଙ୍କୁ ବୋଡ଼େନ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଯୁବକ ଜଣକ ଅଚେତ ଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।