Download Now Banner

This browser does not support the video element.

ଦେବଗଡ: କଳାମାଟି ଗ୍ରାମରେ ମହାଲକ୍ଷ୍ମୀ ମଣ୍ଡପ ଉଦଘାଟିତ

Debagarh, Debagarh (Deogarh) | Oct 6, 2025
ତିଲେଇବଣି ବ୍ଲକ କଳାମାଟି ଗ୍ରାମରେ ସୋମବାର ଦିନ ପ୍ରାୟ ୧୨ ଟାରେ ନବନିର୍ମିତ ମହାଲକ୍ଷ୍ମୀ ମଣ୍ଡପ ଉଦଘାଟିତ ହୋଇଯାଇଛି । ତିଲେଇବଣି ପଂଚାୟତ ସମିତି ଏସଏଫସି ପାଣ୍ଠିରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚରେ ଉକ୍ତ ମଣ୍ଡପ ନିର୍ମାଣ କରାଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ତିଲେଇବଣି ପଂଚାୟତ ସମିତି ଉପାଧ୍ୟକ୍ଷା ଆରତୀ ପ୍ରଧାନ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ଲୋକସଭା ସାଂସଦଙ୍କ ପ୍ରତିନିଧି ଯୋଗେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ । ସୋମବାର ମା ଗଜଲକ୍ଷ୍ମୀ ପୂଜା ଅବସରରେ ଏହି ମଣ୍ଡପ ଉଦଘାଟନ କରାଯାଇଥିଲା ।
Read More News
T & CPrivacy PolicyContact Us