This browser does not support the video element.
ପୋଲସରା: ମଥୁରା ରେ ଗ୍ରାମପଂଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ,୨୦୧ ପଞ୍ଜିକରଣ
Polasara, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଥୁରା ପଞ୍ଚାୟତ ରେ ଆଜି ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ମଥୁରା ଓ ଢ଼ଉମାଳ ଗ୍ରାମର ଜନସାଧାରଣ ମାନେ ଶିବିରରେ ପହଂଚି ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଏହି ଜନଶୁଣାଣୀରେ ବହୁଳ ମାତ୍ରାରେ ରାସନ କାର୍ଡ ଓ ଭତ୍ତା , ପ୍ରଧାନମନ୍ତ୍ରୀ ଆବାସ ଉପରେ ଅଭିଯୋଗ ପତ୍ର ମୋଟ ୨୦୧ ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ୧୪୬ ଟିର ସମାଧନ ହୋଇଛି।