This browser does not support the video element.
ଖଲ୍ଲିକୋଟ୍: କହ୍ନେଇପୁର ଗାଁ ରେ ଲକ୍ଷ୍ମୀ ବସ ଧକ୍କାରେ ପିକଅପ ଭ୍ୟାନ ସହ ଟ୍ରାକ୍ଟର ଡାଲା ଓ ବିଦ୍ୟୁତ ଖୁଣ୍ଟ ଚୁରମାର; ବସ ଡ୍ରାଇଭର ସହ ୪ ଜଣ ଯାତ୍ରୀ ଆହତ
Khalikote, Ganjam | Sep 6, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗାଁ ରେ ଆଜି ଅପରାହ୍ନ ୪ ଟା ସମୟରେ ଲକ୍ଷ୍ମୀ ବସ ଧକ୍କାରେ ପିକଅପ ଭ୍ୟାନ ସହ ଟ୍ରାକ୍ଟର ଡାଲା ଓ ବିଦ୍ୟୁତ ଖୁଣ୍ଟ ଚୁରମାର ହୋଇଯାଇଛି । ତେବେ ଉକ୍ତ ଦୁର୍ଘଟଣା ରେ ବସ ରେ ଥିବା ଡ୍ରାଇଭର ସହ ୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଲକ୍ଷ୍ମୀ ବସ ଡ୍ରାଇଭର ର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସେପଟେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯିବା କାରଣ ରୁ କହ୍ନେଇପୁର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବା ବେଳେ ଆହତ ହୋଇଥିବା ଡ୍ରାଇଭର ସହ ୪ ଜଣ ଯାତ୍ରୀଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।