This browser does not support the video element.
ମାଲକାନଗିରି: ସାର ଅଭାବକୁ ନେଇ ମହାରାଜପାଲ୍ଲୀ ପଞ୍ଚାୟତ ସମ୍ମୁଖ ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥରେ ବିକ୍ଷୋଭ ଓ ଧାରଣା କଲେ ଚାଷୀ
Malkangiri, Malkangiri | Sep 7, 2025
ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ମହାରାଜପାଲ୍ଲୀ ପଞ୍ଚାୟତ ସମ୍ମୁଖ ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି l ଲ୍ୟାମ୍ପ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ ସାର ଦିଆଯିବାକୁ ଥିବା ବେଳେ ଏବେ ପର୍ଯ୍ୟନ୍ତ ମହାରାଜପଲ୍ଲୀ ପଞ୍ଚାୟତ ରେ ସାର ପହଞ୍ଚି ପାରିନାହିଁ lବର୍ତ୍ତମାନ ସୁଦ୍ଧା କେଉଁ କେଉଁ ପଞ୍ଚାୟତରେ ସାର ପହଞ୍ଚି ଥିବା ବେଳେ କେଉଁ କେଉଁ ପଞ୍ଚାୟତରେ ଏବେ ସୁଦ୍ଧା ସାର ପାଇବାରେ ବଞ୍ଚିତ ରହିଛନ୍ତି ଚାଷୀ l ମହାରାଜପଲ୍ଲୀ ପଞ୍ଚାୟତରେ ଏବେ ପର୍ଯ୍ୟନ୍ତ ସାର ପହଁଚି ନଥିବାରୁ ଧାରଣା ଦେଇଥିବା ବେଳେ ବୁଝାସୁଝା ପରେ ଧାରଣା ଉଠିଥିଲା।