Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ

Nuapada, Nuapada | Sep 9, 2025
ନୂଆପଡ଼ା ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କୁ ଆଜି ୧୨.୩୦ ରେ ନୂଆପଡ଼ା ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଏସପି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ପଡୋଶୀ ଛତିଶଗଡ଼ ସୀମାରୁ ପାର୍ଥିବ ଶରୀର ଓଡ଼ିଶାରେ ପ୍ରବେଶ କରିଥିଲା। ବିଶାଲ ଶୋଭାଯାତ୍ରାରେ ଖଟିଆର ରୋଡ଼ ଏବଂ ନୂଆପଡ଼ା ନଗର ପରିକ୍ରମା କରିଥିଲା। ଜାତୀୟ ରାଜପଥ ଉଭୟ କଡରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିପୁଳ ଜନସମାଗମ ହୋଇଥିଲା। ଜିଲ୍ଲାର ଲୋକ ପ୍ରିୟ ନେତା ହୋଇଥିବା ଯୋଗୁଁ ହଜାର ହଜାର ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
Read More News
T & CPrivacy PolicyContact Us