Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: 'ଅନ୍ୱେଷା' ଯୋଜନା ପ୍ରସଙ୍ଗରେ ଭୁବନେଶ୍ୱର 6ନଂ ଠାରେ ବିଧାୟିକା ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ

Bhubaneswar M Corp, Khordha | Sep 3, 2025
ଦୀର୍ଘ ୫ମାସ ହେଲା ଆଦିବାସୀ ପିଲାଙ୍କ ଅନୁଦାନ ଆସି ନଥିବାରୁ, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବିଜେଡି ସରକାର ଅମଳରେ କାର୍ୟ୍ୟକାରୀ ହେଉଥିବା ଲୋକପ୍ରିୟ 'ଅନ୍ୱେଷା' ଯୋଜନା ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହାଛଡା, ଏସଟି ଏସସି ଆଟ୍ରୋସିଟି ଆକ୍ଟ ଅନୁଯାୟୀ, ଅତ୍ୟାଚାର ଅଭିଯୋଗ ଆସିଲେ ଜଣେ ଡିଏସପି ପଦବୀର ଅଫିସରଙ୍କ ଦ୍ୱାରା ତଦନ୍ତ କରିବାର ନିୟମ ଥିଲା, ଯାହାକୁ ଏବେ ଜଣେ ଇନ୍ସପେକ୍ଟର ବା ସବ ଇନ୍ସପେକ୍ଟର କରିପାରିବେ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ, ଏହା ରାଜ୍ୟ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନୀତି ବୋଲି ବିଜୁ ଜନତା ଦଳ କହିଛି।
Read More News
T & CPrivacy PolicyContact Us