This browser does not support the video element.
କଟକ ପୌରାଞ୍ଚଳ: ବକ୍ସି ବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସର ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଡିଜିପିଙ୍କ ସହ ଯୋଗ ଦେଲେ ଅନେକ ବରିଷ୍ଠ ପୋଲିସ ଅଧିକାରୀ
Cuttack M Corp PS, Cuttack | Aug 22, 2025
କଟକ ବକ୍ସି ବଜାର ସ୍ଥିତ ପୋଲିସ ମୁଖ୍ୟାଳୟରେ ପୋଲିସର ପୂଜା ପ୍ରସ୍ତୁତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ରାତି ୮ ଟା ସମୟରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ। ପାର୍ବଣ ଋତୁ ସମୟରେ ଚାନ୍ଦା ଆଦାୟକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ ନିଷ୍ପତ୍ତି ନେଇଛି। ଜୋର ଜବରଦସ୍ତ ଚାନ୍ଦା ମାଗିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଏହା ସହିତ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ ସହ ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ।