This browser does not support the video element.
ଖଲ୍ଲିକୋଟ୍: ୧୬ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଗାଈ କୁ ଧକ୍କା ଦେଲା ବାଇକ; ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ, ମେଡ଼ିକାଲରେ ଭର୍ତ୍ତି
Khalikote, Ganjam | Sep 6, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ନାରାୟଣୀ ଛକ ରେ ଆଜି ସକାଳ ପ୍ରାୟ ସାଢ଼େ ୯ ଟା ସମୟରେ ଏକ ଗାଈକୁ କୁ ବାଇକ ଧକ୍କା ଦେବା ଫଳରେ ବାଇକ ରେ ଥିବା ସ୍ବାମୀ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁହିଁଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ସ୍ବାମୀ ସ୍ତ୍ରୀ ଦୁହେଁ ମାଣିକ୍ୟପୁର ଗ୍ରାମର କନ୍ଧ ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଭାନୁ ମଲ୍ଲିକ ବୋଲି ଜଣା ପଡ଼ିଛି ।