This browser does not support the video element.
ନୂଆପଡା: ପଲସଦା ଗ୍ରାମରେ ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ, ପ୍ରାଣୀ ପାଇଁ ଦିନଟିଏ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୋଡ଼େନ ବ୍ଲକ
Nuapada, Nuapada | Sep 8, 2025
ବୋଡ଼େନ ବ୍ଲକ ପଲସଦା ଗାଁରେ ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ, ପ୍ରାଣୀ ପାଇଁ ଦିନଟିଏ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ୫ ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶ,ଡିଏଫଓ ଅଜିଜ ଖାନ ଯୋଗ ଦେଇଥିଲେ । ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ନବଜାତକ ଶିଶୁ କନ୍ୟା ଓ ତାର ପିତାମାତାଙ୍କୁ ଉପହାର ଓ ଚାରା ପ୍ରଦାନ କରିଥିଲେ । ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଅତିଥିମାନେ ଉପହାର ଭେଟି ଦେଇଥିଲେ । ଶେଷରେ ଅତିଥି ମାନେ ସାମୁହିକ ବୃକ୍ଷରୋପଣ କରିଥିଲେ l