Download Now Banner

This browser does not support the video element.

କେନ୍ଦ୍ରାପଡା: ଯମଧର ଓ ଗରଦପୁର ସମେତ ବିଭିନ୍ନ ସ୍ଥାନରେ ଟେକ ହୋମ ରାସନ ଉତ୍ପାଦକ ୟୁନିଟ ଯାଞ୍ଚ କଲେ ପ୍ରଶାସନିକ ଅଧିକାରୀ

Kendrapara, Kendrapara | Aug 27, 2025
ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସମ୍ପୃକ୍ତ ଅଞ୍ଚଳର ତହସିଲଦାର, ସିଡିପିଓ ଏବଂ ସୁପରଭାଇଜ ମିଳିତ ଭାବେ ଜିଲ୍ଲାର 12 ଗୋଟି ଟେକ ହୋମ ରାସନ ଉତ୍ପାଦକ ୟୁନିଟର ନିରୀକ୍ଷଣ କରିଛନ୍ତି | ଉତ୍ପାଦକ ୟୁନିଟର ପ୍ରସ୍ତୁତି ପର୍ଯ୍ୟାୟ,ସାମଗ୍ରୀର ଗୁଣବତ୍ତା ଓ ପରିମାଣ ସମ୍ପୂର୍ଣଭାବେ ଯାଞ୍ଚ କରାଯାଇଛି | ଏହା ସହିତ ଉତ୍ପାଦକ ୟୁନିଟର ଦସ୍ତାବିଜ ମଧ୍ୟ ଯାଞ୍ଚ କରାଯାଇଥିଲା |ନିରୀକ୍ଷଣ ଟିମ ଉତ୍ପାଦକ ୟୁନିଟର ଉଚ୍ଚ ମାନଦଣ୍ଡ ସହ ନିୟମାବଳୀ ପାଳନ ଉପରେ ସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି l
Read More News
T & CPrivacy PolicyContact Us