This browser does not support the video element.
ବଡଚଣା: ଚଣ୍ଡିଖୋଲ ଛକ ବୁଦ୍ଧ ମୂର୍ତ୍ତି ପରିସରରେ ଏନଏସି ମାନ୍ୟତା ଦାବିରେ ବଡ଼ଚଣା ବିଜେଡି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ
Badachana, Jajpur | Aug 22, 2025
ଚଣ୍ଡିଖୋଲ ଛକ ବୁଦ୍ଧ ମୂର୍ତ୍ତି ପରିସରରେ ଏନଏସି ମାନ୍ୟତା ଦାବିରେ ବଡ଼ଚଣା ବିଜେଡି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ l ନିକଟରେ ମୁଖ୍ୟମନ୍ତ୍ରୀ ୭ଟି ଜିଲ୍ଲାରେ ୧୨ଟି ନୂତନ ଏନଏସି ଘୋଷଣା କରିଥିବା ବେଳେ ଏଥିରୁ ବାଦ ପଡିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ। ଦୀର୍ଘ ବର୍ଷ ହେବ ଚଣ୍ଡିଖୋଲକୁ ଏନଏସିରେ ପରିଣତ କରିବା ପାଇଁ ଦାବି ହୋଇ ଆସୁଛି। ଗତବର୍ଷ ପୂର୍ବ ସରକାର ଚଣ୍ଡିଖୋଲକୁ ଏନଏସି କରିବାକୁ ଘୋଷଣା କରିଥିଲେ। ହେଲେ ନୂତନ ସରକାର କ୍ଷମତାକୁ ଆସିବା ପରେ ଚଣ୍ଡିଖୋଲକୁ ଅଣଦେଖା କରିଛନ୍ତି। ଏହାର ଦୃଢ଼ ପ୍ରତିବାଦ କରିଛି ବଡ଼ଚଣା ବିଜେଡି।