Download Now Banner

This browser does not support the video element.

ଦେବଗଡ: ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା, ଆସନ୍ତା ୨୬ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ

Debagarh, Debagarh (Deogarh) | Aug 21, 2025
ଦେବଗଡ ଜିଲ୍ଲାରେ ବଜ୍ରପାତ ଓ ଝଡବର୍ଷା ସହିତ ପ୍ରବଳ ବର୍ଷା ମଧ୍ୟ ସମ୍ଭାବନା ରହିଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ଆକଳନ କରିଥିବା ବେଳେ ଆଜି ଠାରୁ ଆସନ୍ତା ୨୬ ତାରିଖ ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ସହିତ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ଗତ ୨୪ ଘଂଟା ମଧ୍ୟରେ ଦେବଗଡ ଜିଲ୍ଲା ରିଆମାଳ ଅଂଚଳରେ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ରିଆମାଳ ଅଂଚଳରେ ୭୯.୪ ମିଲିମିଟର, ଦେବଗଡ ଜିଲ୍ଲା ସଦର ମହକୁମାରେ ୪୦ ମିଲିମିଟର ଏବଂ ବାରକୋଟ ଅଂଚଳରେ ୧୯.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
Read More News
T & CPrivacy PolicyContact Us