Download Now Banner

This browser does not support the video element.

ଯାଜପୁର: ତାଲୁଗାଁ ଛକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ରାସ୍ତା ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

Jajapur, Jajpur | Sep 1, 2025
ତାଲୁଗାଁ ଛକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନୂତନ ରାସ୍ତା ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ବିଧାୟକ l କୋରେଇ ବ୍ଲକ ତାଲୁଗାଁ ଠାରୁ ଛୋଟରାୟପୁର ପର୍ଯ୍ୟନ୍ତ ଆରଡି ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା l ଏହି ରାସ୍ତାର ନିର୍ମାଣ ପାଇଁ ଗ୍ରାମବାସୀ ମାନେ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଦୀର୍ଘ ଦିନ ହେବ ଦାବୀ କରିଆସୁଥିଲେ l ଏହି ଦାବିକୁ ଦୃଷ୍ଟି ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାର ନିର୍ମାଣ ପାଇଁ ପାଖାପାଖି 3 କୋଟି 12 ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା l
Read More News
T & CPrivacy PolicyContact Us