This browser does not support the video element.
ବଡଚଣା: ଗୋପବନ୍ଧୁ ଛକ ନିକଟରେ ଜଣେ ବ୍ୟବସାୟୀ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା,ବ୍ୟବସାୟୀ ଗିରଫ,କୋର୍ଟ ଚାଲାଣ
Badachana, Jajpur | Aug 23, 2025
ଗୋପବନ୍ଧୁ ଛକ ନିକଟରେ ଜଣେ ବ୍ୟବସାୟୀ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା,ବ୍ୟବସାୟୀ ଗିରଫ,କୋର୍ଟ ଚାଲାଣ l ପୌରାଞ୍ଚଳ ଗାୟତ୍ରୀ ବିହାର ନିବାସୀ ଅବକାରୀ କର୍ମଚାରୀ କ୍ଷୀରୋଦ ସାହୁ ଗତ ଦୁଇଦିନ ତଳେ ବିନୋରୀ ପ୍ରିଣ୍ଟର ନିକଟରେ ପରିସ୍ରା କରିଥିଲେ l ପ୍ରିଣ୍ଟରର କର୍ମଚାରୀ ଦୋକାନ ସମ୍ମୁଖରେ କାହିଁକି ପରିସ୍ରା କରୁଛ ବୋଲି ବିରୋଧ କରିବାରୁ ବଚସା ଆରମ୍ଭ ହୋଇଥିଲା l ଦୋକାନର ମାଲିକ ଜୟଦେବ ଧଳ ପହଞ୍ଚି ଘଟଣା ବିଷୟରେ ବୁଝି କ୍ଷୀରୋଦକୁ ବିରୋଧ କରିଥିଲେ l ବ୍ୟବସାୟୀ ଜଣଙ୍କ ଉତକ୍ଷିପ୍ତ ହେଇ କୌଣସି ଏକ ଜିନିଷରେ କ୍ଷୀରୋଦଙ୍କ ମୁଣ୍ଡକୁ ପିଟି ଦେବାରୁ ଗୁରୁତର ହେଇଯାଇଥିଲା l