This browser does not support the video element.
ନୂଆପଡା: ଚିନ୍ଦାଗୁଡ଼ା ଗ୍ରାମ ଠାରେ ପ୍ରଭୂ ଗଜାନନଙ୍କ ବିଶାଳ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ
Nuapada, Nuapada | Sep 7, 2025
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡ଼ା ଗ୍ରାମ ଠାରେ ପ୍ରଭୂ ଗଜାନନଙ୍କ ବିଶାଳ ବିସର୍ଜନ ଶୋଭାଯାତ୍ରା ଆଜି ୬ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଚିନ୍ଦାଗୁଡ଼ା ଗଣେଶ ପୂଜା ପାଳନ କମିଟି ପକ୍ଷରୁ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏହି ଶୋଭାଯାତ୍ରା ଚିନ୍ଦାଗୁଡ଼ା ଗ୍ରାମ ପରିକ୍ରମା କରିଥିଲା। ଏଥିରେ ଗ୍ରାମର ଶତାଧିକ ଯୁବକ ଯୁବତୀ ସାମିଲ ହୋଇଥିଲେ। ଗ୍ରାମ ସାରା ପରିକ୍ରମା କରିବା ପରେ ପରମ୍ପରା ଅନୁଯାୟୀ ଗଜାନନଙ୍କୁ ମେଲାଣି ଦିଆଯାଇଥିଲା। ଏଥିରେ ଡିଜେ, ଘୁମୁରା, ରାମକାଠୀ ସହ ଅନ୍ୟାନ୍ୟ ପାରମ୍ପାରିକ ବାଦ୍ୟଯନ୍ତ୍ର ଶୋଭାଯାତ୍ରାରେ ସାମିଲ ଥିଲେ।