This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସାଂସ୍କୃତିକ ସମାଜ ରେ ପଦ୍ମଶ୍ରୀ ସ୍ବର୍ଗତ ବିନୋଦ ପାଶୟତ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ
Sambalpur M, Sambalpur | Aug 30, 2025
ପଦ୍ମଶ୍ରୀ ସ୍ବର୍ଗତ ବିନୋଦ ପାଶୟତ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଆଜି ସମ୍ବଲପୁର ସଂସ୍କୃତି ସମାଜ ଠାରେ ସମ୍ବଲପୁର ବାରିକ ସମାଜ ପକ୍ଷରୁ ପଦ୍ମଶ୍ରୀ ବିନୋଦ ପାଶୟତ ଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ତାଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା l ବାରିକ ସମାଜର ବହୁ ସଦସ୍ୟ ଏହି ରକ୍ତଦାନ ଶିବିରରେ ନିଜ ରକ୍ତଦାନ କରିଥିଲେ l ଅନୁଷ୍ଠିତ ସଭାରେ ସ୍ବର୍ଗତ ବିନୋଦ ପାଶୟତ ଙ୍କ ସ୍ମୃତିଚାରଣ କରାଯିବା ସହ ସମ୍ବଲପୁରୀ କଳା, ସାହିତ୍ୟରେ ତାଙ୍କ ଅବଦାନ ନେଇ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ ରେ ଅତିଥି ଭାବରେ ରେଢ଼ାଖ