This browser does not support the video element.
ଝାରସୁଗୁଡା: ବାଘମୁଣ୍ଡା ବିରୀହି ମୁଡା ଜଙ୍ଗଲରେ ନିକଟରେ ସାପ କାମୁଡାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି
Jharsuguda, Jharsuguda | Sep 29, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବାଘମୁଣ୍ଡା ବିରୀହି ମୁଡା ଜଙ୍ଗଲରେ ନିକଟରେ ସାପ କାମୁଡାରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି l ମୃତ ବ୍ୟକ୍ତି ଜଣକ ସୁନାରୀ ପଂଚାୟତ ବେହେରାମାଲର ବାସିନ୍ଦା ଭୁଜ ରଣା ବୋଲି ଜଣାପଡିଛି l ଗତକାଲି ବିରିହିମୁଡା ଜଙ୍ଗଲ ରେ ଭୁଜ ବେହୋସ ହୋଇପଡିଥିବାବେଳେ ତାଙ୍କ ମୁହଁ ରୁ ଫେଣ ବାହାରୁଥିଲା l ସ୍ଥାନୀୟ ଲୋକେ ତାଙ୍କ ପରିବାର କୁ ଖବର ଦେଇଥିଲେ l ବଡ଼ ପୁଅ ପିଣ୍ଟୁ ରଣା ଓ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତା ରେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ l ସେଠାରେ ଭୁଜଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l