This browser does not support the video element.
ଉଦଳା: ଭିମତାଳି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ସର୍ପ ଦଂଶନ ଜନିତ ମୃତ୍ୟୁ ହ୍ରାସ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Udala, Mayurbhanj | Sep 24, 2024
ସୂଚନାଯୋଗ୍ୟ ଯେ ଆଜି ଉଦଳା ବ୍ଲକ୍ ପକ୍ଷରୁ ବିଭିନ୍ନ ପଞ୍ଚାୟତ ରେ ସର୍ପ ଦଂଶନ ଜନିତ ମୃତ୍ୟୁ ହ୍ରାସ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉଦଳା ବିଡ଼ିଓ ତୃପ୍ତି ବରାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ବ୍ଲକ୍ ର ଭିମତାଳି ପଞ୍ଚାୟତ ରେ ଦିବା ୦୩ ଘଟିକା ସମୟରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ ନାଚ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଯାଉଥିବା ସୂଚନା ମିଳିଛି ।