This browser does not support the video element.
ଗଁଦିଆ: ସୋରିଷିଆପଦା ରଗଡ଼ି ସାହିରେ ହାତୀ ଆକ୍ରମଣରେ ଘରର କାନ୍ଥ ଭାଙ୍ଗି ଶିଶୁ ମୃତ
Gandia, Dhenkanal | Mar 20, 2024
ଢେଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ସୋରିସିଆପଦା ପଞ୍ଚାୟତ ରଗଡ଼ି ସାହି ଗ୍ରାମରେ ଅଘଟଣ । ବୁଧବାର ଭୋର ସମୟରେ ଦନ୍ତାହାତୀ ଆକ୍ରମଣରେ କାନ୍ଥ ଭାଙ୍ଗି ଘରେ ଶୋଇଥିବା ଶିଶୁର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ତପନ ହେମ୍ବ୍ରମଙ୍କ ୭ ବର୍ଷର ପୁଅ ଆକାଶ । ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦେଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।