This browser does not support the video element.
ତଲସରା: ଆମ୍ବ ଗଛରେ ରଶି ଲଗାଇ ଲେଲେପଡା ଗ୍ରାମରେ ଯୁବକ ଙ୍କର ଆତ୍ମହତ୍ୟା
Talasara, Sundargarh | Aug 30, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଟିକିଲିପଡା ଗ୍ରାମ ପଞ୍ଚାୟତର ଲେଲେପଡା ଗ୍ରାମର ହରୀ ପ୍ରଧାନ ଙ୍କର ପୁଅ ନକୁଳ ପ୍ରଧାନ (୨୪) ଆଜି ଗ୍ରାମ ନିକଟସ୍ଥ ଏକ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ବିଷୟରେ ବଡ଼ଗାଁ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ବଡ଼ଗାଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।