Download Now Banner

This browser does not support the video element.

ଝାରସୁଗୁଡା: ସାଗରପାଲି ଗ୍ରାମ ନଖୁ ବାବା ମଠ ରେ ୬୮ ତମ ଶ୍ରୀମଦ ଭାଗବତ ସପ୍ତାହ ସମାପନ ହୋଇଛି

Jharsuguda, Jharsuguda | Sep 7, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଗ୍ରାମ ନଖୁ ବାବା ମଠ ରେ ୬୮ ତମ ଶ୍ରୀମଦ ଭାଗବତ ସପ୍ତାହ ସମାପନ ହୋଇଛି l ଗତ ରବିବାର ସନ୍ଧ୍ୟାରେ ସମ୍ପୂର୍ଣ ରୀତିନୀତି ରେ ସାଗରପାଲି ଶିବ ମନ୍ଦିର ପୋଖରୀ ରୁ କଳସରେ ଜଳ ଭର୍ତି କରି ନଖୁବାବା ମଠ ଯାଏଁ ଶୋଭାଯାତ୍ରା କରାଯିବା ସହ ଶୁଭ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୋମବାର ସକାଳୁ ପୂଜାର୍ଚନା, ହୋମ ଯଜ୍ଞ ପରେ ଭାଗବତ ପଠନ ଆରମ୍ଭ ହୋଇଥିଲା l ଆଜି ରବିବାର ମଧ୍ୟାନ୍ନ ୧୨ ଟାରେ ହୋମ, ପୂର୍ଣାହୁତି, ପୁଷ୍ପାଞ୍ଜଳି ସହ ବିସର୍ଜନ ପୂଜା ସମ୍ପୂର୍ଣ ରୀତିନୀତି ରେ ଅନୁଷ୍ଠିତ ହୋଇଛି l
Read More News
T & CPrivacy PolicyContact Us