This browser does not support the video element.
କୋରାପୁଟ ସହର: ପୋଡ଼ା ଗଡ଼ ମେଡିକାଲରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ପୁଲିସ
Koraput Town, Koraput | Aug 24, 2025
କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଶିକ୍ଷା କେନ୍ଦ୍ର ତଥା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଫେରାର ଥିବା ଜଣା ପଡ଼ିଛି। କୋରାପୁଟ ସଦର ଥାନା ପୋଲିସ କେସ ନମ୍ବର ୧୫୬/୦୨୫ ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଆଜି ସନ୍ଧ୍ୟା ୫ଘଣ୍ଟା ସମୟରେ କୋରାପୁଟ ସଦର ଥାନା ଅଧିକାରୀ ରୁନୁ ମାଝୀ ସୂଚନା ଦେଇଛନ୍ତି।