This browser does not support the video element.
ଅନୁଗୋଳ: କମଳପୁର ଗ୍ରାମରେ ଗୁଳି ମାଡ଼ରେ ଜଣେ ଗୁରୁତର
Anugul, Angul | Sep 1, 2025
ଆଠମଲ୍ଲିକ ଥାନା ଅନ୍ତର୍ଗତ କମଳପୂର ଗ୍ରାମରେ ଗୁଳି ମାଡରେ ଜଣେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । କମଳପୁର ଗ୍ରାମର ଲକ୍ଷ୍ମୀଧର ନାଏକଙ୍କ ପୁଅ ସୁରଭି ନାଏକ ଗୁଳି ମାଡରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୁରଭିଙ୍କ ଦାଦା ପୁଅ କ୍ଷୀରୋଦ ନାଏକ ଗୁଳି ମାରିଥିବା ସୂଚନା ମିଳିଛି। ସୁରଭିକୁ ପ୍ରଥମେ ଆଠମଲ୍ଲିକ ମେଡିକାଲରେ ସ୍ଥାନୀୟ ଲୋକମାନେ ଭର୍ତ୍ତି କରିଥିଲେ। ସେଠାରେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।