This browser does not support the video element.
ପାରାଦୀପ: ପାରାଦୀପ ଗଡଗ୍ରାମରେ ଜାଲିଆତି ଜମିପଟ୍ଟା ଦେଖାଇ ବ୍ୟାଙ୍କରୁ ଲୋନ ଆଣିବା ହେଲା କାଳ।ଧୁଧୁ ଖରାବେଳେ ଘରୁବାହାର କରିଦେଲେ ବ୍ୟାଙ୍କ କର୍ମଚାରୀ।
Paradip, Jagatsinghpur | Apr 23, 2024
ପାରାଦୀପ ଗଡ ଗ୍ରାମରେ ଜେତିକି ଜମି ତାଠାରୁ ଅଧିକ ଦୁଇ ଡିସିମିଲ ଜାଲିଆତି ଜମିର ପଟ୍ଟା କରି ବିକ୍ରୀ କରିଥିଲେ ରବିସାମଲ। ଉକ୍ତ ଜମିରେ ଉକ୍ତ ଗ୍ରାମର ସରତ କୁମାର ମାସାନ୍ତ ଘରତୋଳି ଘରର ଦେଖାଶୁଣା କରିବା ସହିତ ଉକ୍ତ ଘରେ ରହିବା ପାଇଁ ଅନୁମତି ଦେବାରୁ ଭୁତମୁଣ୍ଡାଇ ରୁ ଆସି ଉକ୍ତ ଘରେ ରହୁଥିଲେ ବାଦଲ ସ୍ବାଇଁ।ଅପର ପକ୍ଷରେ ଉକ୍ତ ଜମିର ଜାଲିଆତି ପଟ୍ଟାଦେଖାଇ କାନାଡ଼ା ବ୍ୟାଙ୍କରୁ ସୁଶାନ୍ତ ସ୍ବାଇଁ ଲୋନ ଆଣି ନସୁଝିବାରୁ ବ୍ୟାଙ୍କ ଉକ୍ତ ଘରକୁ ନିଜ ଅକ୍ତିଆରକୁ ନେବା ପାଇଁ ଆଜି କୋର୍ଟ ପେପର ଧରି ଉକ୍ତ ଘରେ ରହୁଥିବା ବାଦଲ ସ୍ବାଇଁ ଓ ତାଙ୍କ ପରିବାରକୁ ବାହାର କରିଦେଇଛନ୍ତି।