This browser does not support the video element.
ଛେଣ୍ଡିପଦା: ଜରପଡା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କ ଠାରୁ ଦୁର୍ବୁତ୍ତ ଲୁଟିନେଲେ ୭୦ ହଜାର ଟଙ୍କା
Chhendipada, Angul | Aug 17, 2025
ଅନୁଗୁଳ ଜିଲ୍ଲା ଜରପଡା ଥାନା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ମାଡ ମାରିବା ସହ ବାନ୍ଧି ଦେଇ ୨ଜଣ ଯୁବକ ୭୦ ହଜାର ଟଙ୍କା ଲୁଟିନେ ଥିବା ନେଇ ଜରପଡା ଥାନା ପକ୍ଷରୁ ରବିବାର ସକାଳ ୬ ଘଟିକା ସମୟରେ ସୂଚନା ମିଳିଛି ।ସୂଚନା ଅନୁସାରେ, ପରା ଗ୍ରାମର ରଞ୍ଜନ ସାହୁ ଜରପଡା ଆଇଓବି ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରପଡା ଠାରେ ଖୋଲିଛନ୍ତି । ସେଠାରୁ ସେ ସବୁଦିନ ପରି ସାଇକେଲ୍ ରେ ନିଜ ଗାଁ ପରା କୁ ଫେରୁଥିବା ବେଳେ ଜରପଡା କଲେଜ ଛକ ନିକଟରେ ୨ ଜଣ ଅଜଣା ଯୁବକ ଆସି ମାଡମାରିବା ସହ ବାନ୍ଧି ଦେଇ ଟଙ୍କା,ମୋବାଇଲ,ମେସିନ୍ ନେଇ ଫେରାର ହୋଇଯାଇଛନ୍ତି l