This browser does not support the video element.
ନୂଆପଡା: ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
Nuapada, Nuapada | Aug 31, 2025
ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ଆଜି ୧୨ ଟା ଯାଏଁ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ସମସ୍ତେ କର୍ମଚାରୀଙ୍କ ସହ ପରିଷଦ ସଦସ୍ୟ ସଦସ୍ୟାମାନେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ନିଜ ଅଞ୍ଚଳର ବିକାଶ ନିଜ ହାତରେ ହେବା ସହ ନିଜ ଶାସନ ନିଜ ହାତରେ ଭାବି ସହରାଞ୍ଚଳର ବିକାଶ ପରିକଳ୍ପନା କରିଛନ୍ତି। ମୁଖ୍ୟ ଅତିଥି ରୂପେ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ସୁନିଲ କୁମାର ସାହୁ, ଚନ୍ଦନ ସାହୁ, ଲକ୍ଷଣ ଦୁରିଆଙ୍କ ସହ ଅନ୍ୟାନ୍ୟ କାଉନସିଲର ଯୋଗ ଦେଇଥିଲେ।