This browser does not support the video element.
ଦେବଗଡ: କରଲଗା ଗ୍ରାମପଂଚାୟତର ଏଡିଇଓ ନିଳମ୍ବିତ, ମହଙ୍ଗା ପଡିଲା କାର୍ଯ୍ୟରେ ଅବହେଳା ଓ ଆଦେଶ ଅବମାନନା
Debagarh, Debagarh (Deogarh) | Sep 2, 2025
ରିଆମାଳ ବ୍ଲକ କରଲଗା ଗ୍ରାମପଂଚାୟତର ଏଡିଇଓ ତଥା ଏକାଉଂଟାଂଟ କମ ଡାଟା ଏଂଟ୍ରୀ ଅପରେଟର କିଶୋର କୁମାର ସାହୁ ନିଳମ୍ବିତ ହୋଇଛନ୍ତି । ଦେବଗଡ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ତାଙ୍କୁ ନିଳମ୍ବିତ କରିଥିବା ଜଣାପଡିଛି । ଆଜି ରାତି ୮ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏନେଇ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । କାର୍ଯ୍ୟାଳୟରେ ଅନୁପସ୍ଥିତ, ଦାୟିତ୍ୱରେ ଅବହେଳା ଓ ଉଚ୍ଚ କର୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ କାର୍ଯ୍ୟରୁ ସେ ନିଳମ୍ବିତ ହୋଇଛନ୍ତି ।