This browser does not support the video element.
ବରଗଡ: ଟାଉନ ଥାନା ଛକରୁ ହସ୍ପିଟାଲ ରୋଡ଼ ପର୍ଯ୍ୟନ୍ତ ବେଆଇନ ଜବର ଦଖଲ ଦୋକାନ ଗୃହ ଉଚ୍ଛେଦ ହେଲା କାର୍ଯ୍ୟ ଆରମ୍ଭ
Bargarh, Bargarh (Baragarh) | Sep 7, 2025
ବରଗଡ଼ ଟାଉନ ଥାନା ଛକରୁ ହସ୍ପିଟାଲ ରୋଡ଼ ପର୍ଯ୍ୟନ୍ତ ବେଆଇନ ଜବର ଦଖଲ ଦୋକାନ ଗୃହ ଉଚ୍ଛେଦ ଆରମ୍ଭ ହୋଇଯାଇଛି | ରବିବାର ଦିବା 11 ଘଣ୍ଟା ସମୟରେ ବରଗଡ଼ ଟାଉନ ଥାନା ଛକରୁ ଲେଙ୍ଗୁ ମିଶ୍ର ଛକ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଇଛି | ବରଗଡ଼ ତହସିଲଦାର ଓ ପୋଲିସ ପ୍ରଶାସନର ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି | ବରଗଡ଼ ସହରର ଉନ୍ନତିକରଣକୁ ନେଇ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଯାଇଛି | ତେବେ ବିରାଟ ବିରାଟ ବିଲଡିଙ୍ଗ ଭଙ୍ଗା ଯାଇଛି | 4 ଗୋଟି ବୁଲଡୋଜର ଲାଗିଥିବା ବେଳେ ପୋଲିସ ପ୍ରଶାସନର ଉପସ୍ଥିତିରେ ଭଙ୍ଗା ଯାଇଛି ।