This browser does not support the video element.
ବରଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ କାଇଁସିର ପଞ୍ଚାୟତର ଚାଷୀ
Bargarh, Bargarh (Baragarh) | Sep 13, 2025
ବରପାଲି ବ୍ଲକ କାଇଁସିର ପଞ୍ଚାୟତର ଚାଷୀ ଶନିବାର ଅପରାହ୍ନ 2 ଘଣ୍ଟା ସମୟରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନା ଅନୁସାରେ ଗତ ଏପ୍ରିଲ ଓ ମେଁ ମାସରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିଲା ତେବେ ତହସିଲଦାର ଓ RI କ୍ଷୟକ୍ଷତି ଆକଳନ କରି କେବଳ ୧୯୨ ଜଣ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରିଥିଲେ | ତେବେ ଆହୁରି ୫୦୦ ଜଣ ଚାଷୀ ବଞ୍ଚିତ ଥିବା ବେଳେ ପ୍ରକୃତ ଚାଷୀ ବଞ୍ଚିତ ରହି ଯାହା ଜମି ନାହିଁ ତାହାକୁ ଇନପୁଟ ସବସିଡି ପ୍ରଦାନ କରାଯାଇଛି ।