This browser does not support the video element.
ଘସିପୁରା: ସୁଡ଼ଙ୍ଗ ନଡ଼ସାହି ଠାରେ ଧୋଇ ନେଲା ପୋଲ ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ
Ghasipura, Kendujhar | Aug 24, 2025
ଧୋଇ ନେଲା ପୋଲ । ଅନ୍ୟ ଉପାୟ ନପାଇ ବାଇକ୍ କୁ ହାତରେ ଉଠାଇ ନାଳ ପାର୍ କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡଙ୍ଗ ନଡ଼ସାହି ରାସ୍ତାରେ । ଏଠାରେ ଥିବା ଝିରିପାଣି ନାଳ ଉପର ପୋଲ ବନ୍ୟା ପାଣିରେ ଭାସିଯାଇଥିବାରୁ ଅନ୍ୟ ଉପାୟ ନପାଇ ଏକ ବାଇକ୍ ହାତରେ ଉଠାଇ ୫ଜଣ ବୋହି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ୩ ଦିନ ଧରି ଲଗାଣ ବର୍ଷାରେ ବାଂଶପାଳ ବ୍ଲକର ବିଭିନ୍ନ ନାଳ ରେ ବନ୍ୟା ଆସିବାରୁ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ଭାବେ ରହିଛନ୍ତି ।