Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ସ୍ଥିତ ଅହଲ୍ୟା ନଗରରେ ଲଗାଣ ବର୍ଷାରେ ଫସିଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବାହିନୀ

Bhubaneswar M Corp, Khordha | Sep 2, 2025
ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ସ୍ଥିତ ଅହଲ୍ୟା ନଗରରେ ଲଗାଣ ବର୍ଷାରେ ଫସିଲେ ମହିଳା, ଉଦ୍ଧାର କଲା ଅଗ୍ନିଶମ ବାହିନୀ | ଲଗାଣ ବର୍ଷାରେ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ତଳିଆ ଅଞ୍ଚଳ ଓ ଡ୍ରେନେଜ୍ ସୁବିଧା ନଥିବା ଜାଗାରେ ଘରେ ପଶୁଛି ପାଣି। ଆଜି 10.34ରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆ ସ୍ଥିତ ଅହଲ୍ୟା ନଗରରେ ଜଣେ ମହିଳା ଅଫିସ୍ ଯିବା ସମୟରେ ହଠାତ୍ କଲୋନୀ ମଧ୍ୟକୁ ପ୍ରବଳ ଜୋରରେ ବର୍ଷା ଜଳ ମାଡ଼ି ଆସିଥିଲା। ଗାଡ଼ିରେ ଥିବା ମହିଳା କାର୍ ଭିତରୁ ବାହାରିବା ବେଳେ କାର୍ ର ସମସ୍ତ ଡୋର ଲକ୍ ହେବା ସହ ସେନ୍ସର କାମ ଦେଲା ନାହିଁ।
Read More News
T & CPrivacy PolicyContact Us