This browser does not support the video element.
ଧରାକୋଟ: ଡ଼ାକିବଜା ଗ୍ରାମର ତିନି ଦୋକାନ ରୁ ତାଲା ଭାଙ୍ଗି ଲୁଟ, ସିସିଟିଭି ରେ କଏଦ ହେଲା ଚାରି ସମୟର ଦୃଶ୍ୟ
Dharakote, Ganjam | Sep 25, 2025
ଆଉ ସିସି ଟିଭି କୁ ଖାତିର କରୁନାହାନ୍ତି ଚୋର l କ୍ୟାମେରା ଲାଗିଥିଲେ ମଧ୍ୟ ଚୋରୀ କରି ସାମଗ୍ରୀ ଓ ଟଙ୍କା ଧରି ଫେରାର ମାରୁଛନ୍ତି ଚୋର l ଏହି ଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଡ଼ାକିବଜା ଗ୍ରାମରେ l ଗତ ରାତିରେ ଗ୍ରାମର ତିନୋଟି ଦୋକାନ ରୁ ଶୁଖିଲା ଖାଦ୍ୟ ସାମଗ୍ରୀ ସମେତ କିଛି ଖାତା, କଲମ, ଓ ଟଙ୍କା ଚୋରି କରିଛନ୍ତି ଲୁଟେରା l ଲୁଟ ବେଳ ର ଦୃଶ୍ୟ ସିସିଟିଭି ରେ କଏଦ ହୋଇଥିବା ବେଳେ ଗୋଟିଏ ସ୍ଥାନ ରେ ରହିଥିବା ତିନୋଟି ଦୋକାନ ରୁ ତାଲା ଭାଙ୍ଗି ଲୁଟ ପରେ ବ୍ୟବସାୟୀ ଙ୍କ ମଧ୍ୟରେ ଛନକା ପଶିଛି l