This browser does not support the video element.
ଅନୁଗୋଳ: ସ୍ୱାମୀର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଏସପିଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ନିରୁପମା ବିଶ୍ଵାଳ
Anugul, Angul | Sep 3, 2025
ଅନ୍ୟ ଜଣେ ଦୋଷୀଙ୍କୁ ଧରିବା ପାଇଁ ଏସପିଙ୍କୁ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ। ସୂଚନା ଯେ, ଗତ କିଛି ଦିନ ତଳେ ରାଣୀଗୋଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରା ଯାଇଥିଲା। ଯାହା ଫଳରେ ଏନେଇ ରାଣୀଗୋଡା ଗ୍ରାମର ମୃତକଙ୍କ ସ୍ତ୍ରୀ ନିରୁପମା ବିଶ୍ଵାଳ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। କିନ୍ତୁ ହତ୍ୟା ଘଟଣାରେ ତିନି ଜଣ ସମ୍ପୃକ୍ତ ଥିବା ନେଇ ନିରୁପମା ଅଭିଯୋଗ କରିଛନ୍ତି । ଦୁଇ ଜଣଙ୍କୁ ଗିରଫ କରି ପୋଲିସ ଚୁପ ରହିଛି ବୋଲି ମହିଳା ଜଣଙ୍କ ଏସପିଙ୍କୁ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁଯାୟୀ ତାଙ୍କ ସ୍ଵାମୀ