This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଖାତିଗୁଡାରେ ଗୋପାଳ ଶ୍ରୀକ୍ଷେତ୍ର ଭାଗବତ ଟୁଙ୍ଗୀ ରେ ଭାଗବତ ଜନ୍ମୋତ୍ସବ ହୋମ ଯଜ୍ଞ ଅନୁଷ୍ଠିତ
Nabarangapur PS, Nabarangpur | Sep 7, 2025
ଖାତିଗୁଡାରେ ଗୋପାଳ ଶ୍ରୀକ୍ଷେତ୍ର ଭାଗବତ ଟୁଙ୍ଗୀ ରେ ଭାଗବତ ଜନ୍ମୋତ୍ସବ ହୋମ ଯଜ୍ଞ ଅନୁଷ୍ଠିତ ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ଦପ୍ତର ଖାତିଗୁଡ଼ା ସ୍ଥିତ ପ୍ରସିଦ୍ଧ ଗୋପାଳ ଶ୍ରୀକ୍ଷେତ୍ର ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ପରିସରରେ ଥିବା ଭାଗବତ ଟୁଙ୍ଗୀ ରେ ଆଜି ଆଧ୍ୟାତ୍ମିକ ପରିବେଶରେ ଭାଗବତ ଜନ୍ମୋତ୍ସବ ପାଳନ ହୋଇଛି। ବିଶିଷ୍ଟ ସାଧକ ଦୁଃଶାସନ ଗୋଚ୍ଛାୟତ ୧୯୯୮ ମସିହାରୁ ଦୀର୍ଘ ୨୮ ବର୍ଷ ଧରି ନୀରବଚ୍ଛିନ୍ନ ଭାବେ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଭାଗବତ ଟୁଙ୍ଗୀ ରେ ଭାଗବତ ପୁରାଣ ପାଠ କରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛନ୍ତି ।