This browser does not support the video element.
ଆସିକା: ଓପି୍ଏସସି ପରୀକ୍ଷାରେ ସଫଳତା ପାଇଲେ ଆସିକା ସହରର ତିନି ପରୀକ୍ଷାର୍ଥୀ,ବିଭିନ୍ନ ଆଡୁ ଛୁଟୁଛି ସୂବେଚ୍ଛା ର ସୁଅ
Asika, Ganjam | Sep 27, 2025
ଗତକାଲି ପ୍ରକାଶପାଇଛି ଚଳିତବର୍ଷ ର OPSC ପରୀକ୍ଷା ଫଳ l ଏଥିରେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ତିନି ପରୀକ୍ଷାର୍ଥୀ ଉତୀର୍ଣ୍ଣ ହେବା ସହ ଅଞ୍ଚଳପାଇଁ ଆଣିଛନ୍ତି ଗୌରବ l ତିନିଜଣ ଙ୍କ ମଧ୍ୟରେ ଆସିକା ସହର କଳିଙ୍ଗ ରୋଡ ର ପ୍ରତିଶ୍ରୁତି ପଲାଇ ୧୪୨ ନମ୍ବର ରେଙ୍କ ରଖିଥିବା ବେଳେ ୩୮୨ ନମ୍ବର ରେଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତ ସହର ର ତାଳୁକା ସ୍ଥିତ ରାଜେନ୍ଦ୍ର ନଗରର ନିକିତା ପାତ୍ର l ଉଭୟ ଙ୍କ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତା ଆଣି ଦେଇଥିବା ବେଳେ ଦୁଇ ଯୁବତୀ ନିଜ ନିଜର ସଫଳତା ପାଇଁ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି l