This browser does not support the video element.
ଧର୍ମଗଡ: ମୀନଗୁର ପଞ୍ଚାୟତ ଅଞ୍ଚଳକୁ ଗସ୍ତ କରି ଆବାସ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କଲେ ବିଡିଓ
Dharamgarh, Kalahandi | Aug 23, 2025
ଶନିବାର କଲମପୁର ବିଡ଼ିଓ. ବିଜୟ କୁମାର ମାଣ୍ଡାଙ୍ଗି ମୀନଗୁର ପଂଚାୟତ ଅଂଚଳ ଗସ୍ତ କରିଥିଲେ . ଏହି ଗସ୍ତ ସମୟରେ ବିଭିନ୍ନ ଜନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ . ଏ ଅବସରରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ତୋଦୟ ଯୋଜନାରୁ ଘର ନିର୍ମାଣ ପାଇଁ ଆର୍ଥକ ସହାୟତା ପାଇଥିବା ହିତାଧିକାରୀଙ୍କ ସହ ସାକ୍ଷାତ କରିବା ସହ ସେମାନଙ୍କ ଘର ନିର୍ମାଣ କେତେଦୂର ପର୍ଯ୍ୟନ୍ତ ହେଇଛି ତାହା ତଦାରଖ କରିଥିଲେ . ଏହାସହ ତୁରନ୍ତ କାର୍ଯ୍ୟ ସମ୍ପାଦନ ପାଇଁ ହିତାଧିକାରୀଙ୍କୁ ବୁଝାଇଥିଲେ .