This browser does not support the video element.
ଝାରସୁଗୁଡା: ଆଜି ଝାରସୁଗୁଡ଼ା ସହରର ଏକ ହୋଟେଲରେ ଜିଲ୍ଲା ପ୍ରେସ କ୍ଲବ (ଡିପିସି) ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
Jharsuguda, Jharsuguda | Aug 31, 2025
ଆଜି ଝାରସୁଗୁଡ଼ା ସହରର ଏକ ହୋଟେଲରେ ଜିଲ୍ଲା ପ୍ରେସ କ୍ଲବ (ଡିପିସି) ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି l ଆଜି ରବିବାର ଅପରାହ୍ନ ୧୨ ଟା ୩୦ ରୁ ୨ ଟା ୩୦ ଯାଏଁ ଅନୁଷ୍ଠିତ ଏହି ବୈଠକରେ ପୁରୁଣା କମିଟି ଭଙ୍ଗ କରାଯାଇ ୨୦୨୫-୨୦୨୭ ପାଇଁ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି l ନୂତନ କମିଟିରେ ପ୍ରଶାନ୍ତ ମହାନ୍ତିଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି l ଉପସଭାପତି ଭାବେ ଅଶାନ୍ତ ଜେନା ଓ ଉମାକାନ୍ତ ପଣ୍ଡାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।