This browser does not support the video element.
ଏମ.ଭି ୭୯: ମାଲକାନଗିରି ଜିଲ୍ଲା ଲୁଗେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବରିଷ୍ଠ ଶିକ୍ଷକ ଶ୍ରୀ ତପନ କୁମାର ବାଇନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ
MV 79, Malkangiri | Aug 31, 2025
ମାଲକାନଗିରି ଜିଲ୍ଲା ଲୁଗେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲୁଗେଲ୍, ବିଦ୍ୟାଳୟ ପରିସରରେ ୩୯ ବର୍ଷର ଦୀର୍ଘ ଶିକ୍ଷକତା ଜୀବନ ସଫଳତାର ସହ ସମାପନ କରିଥିବା ବରିଷ୍ଠ ଶିକ୍ଷକ ଶ୍ରୀ ତପନ କୁମାର ବାଇନଙ୍କୁ ଏକ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ରମେଶ ଚନ୍ଦ୍ର ବାରୋଇ, ସହ ଶିକ୍ଷାଧିକାରୀ ଶ୍ରୀ ଧନେଶ୍ଵର ନାୟକ ପୂର୍ବତନ ଜିଲ୍ଲା ସଭାପତି ବିଜେପି ନିମାଇଁ ପାଲ, ଏବଂ ଶ୍ରୀ ଦାମୋଦର ଦୁରୁଆଙ୍କ ସଭାପତିତ୍ଵରେ ଏକ ସ୍ମରଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।