Download Now Banner

This browser does not support the video element.

ଛତ୍ରପୁର: ଲଣ୍ଡା ବାଉଁଶ ଗ୍ରାମରୁ ହନୁମାନ ବିଗ୍ରହଙ୍କ ଗଦା ଚୋରୀ ଘଟଣା, ସେହି ଗ୍ରାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଛତ୍ରପୁର ପୋଲିସ

Chhatrapur, Ganjam | Sep 3, 2025
ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନ ର ଗଦା ଚୋରୀ ସହ ଗତ କିଛି ଦିନ ହେଲା ଗ୍ରାମରେ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଗ୍ରାମ୍ୟ କମିଟି ଛତ୍ରପୁର ଥାନା ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ, ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ କୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା। ବୁଧବାର ଅପରାହ୍ନରେ ଏହି ମାମଲା ରେ ଜଡିତ ଲଣ୍ଡାବାଉଁଶ ଗ୍ରାମରୁ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନର ଗଦା କୁ ଜବତ କରିଛି।
Read More News
T & CPrivacy PolicyContact Us